କାର୍ମେଲ୍ ଫଳକଲିପି (#15630)

କାର୍ମେଲ୍ ଫଳକଲିପି

ଏହି ଯୁଗ ପ୍ରତି, ସକଳ ଗୌରବ ବିମିତ ହେଉ; ଯେଉଁଯୁଗରେ କି ସକଳ ସୃଷ୍ଟ ପଦାର୍ଥ ଉପରେ କରୁଣାର ସୁରଭି ବିଚ୍ଛୁରିତ ହୋଇଛି । ଏହି ଯୁଗଟି ଏତେ ଆଶିଷପ୍ରାପ୍ତ ଯେ, ବିଗତ ଯୁଗଗୁଡ଼ିକ ତଥା ଶତାବ୍ଦୀଗୁଡ଼ିକ ଏହା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କେବେହେଲେ ଆଶା କରିପାରିବେ ନାହିଁ । ଯେଉଁ ଯୁଗରେ କି ଯୁଗାବଧି ଦିବ୍ୟ ପ୍ରାଚୀନଙ୍କ ମୁଖମଳ ସ୍ୱୟଂ ତାଙ୍କ ପବିତ୍ର ସିଂହାସନ ଆଡ଼କୁ ଅଭିମୁଖୀ ହୋଇଛି । ତାହା ଉପରେ ସକଳ ସୃଷ୍ଟ ବସ୍ତୁମାନଙ୍କର ସ୍ୱର ଏବଂ ସେମାନଙ୍କ ଉଦ୍ଧ୍ୱର୍ ରାଜ୍ୟର ସ୍ୱର୍ଗୀୟ ଜନତା ଉଚ୍ଚ ସ୍ୱରରେ ଆହ୍ୱାନ କରିଥିବାର ଶୁଣାଯାଇଥିଲା : 

ହେ କାର୍ମେଲ୍ ! ତୁମେ ଚଳଳ ହୁଅ, କାରଣ ଚାହିଁ ଦେଖ ଯେ, ଦିବ୍ୟ ନାମାବଳୀ ସାମ୍ରାଜ୍ୟର ଦିବ୍ୟ ଶାସକ ତଥା ସ୍ୱର୍ଗ ସମୂହର ଦିବ୍ୟ ନିର୍ମାତା ସ୍ୱୟଂ ଈଶ୍ୱରଙ୍କ ମୁଖମଳର ଆଲୋକ ତୁମ ଉପରେ ପ୍ରଭାପାତ କଲାଣି । 

ଆନନ୍ଦରେ ବିଭୋର ହୋଇ ତଥା ଉଚ୍ଚ ସ୍ୱରରେ କାର୍ମେଲ୍ ଚିକ୍ରାର କରି କହିଲେ : ମୋର ଜୀବନ ସ୍ୱୟଂ ତୁମ ପ୍ରତି ଉର୍ଗୀକୃତ ହେଉ,     ଯେହେତୁ ତୁମର ଦୃଷ୍ଟି ମୋ ଉପରେ ତୁମେ ନିବଦ୍ଧ କରିଛ, ମୋ ଉପରେ ତୁମର କରୁଣା ପ୍ରଦାନ କରିଛ ଏବଂ ତୁମ ପାଦ ମୋ ଆଡ଼କୁ ବଢ଼ାଇ ଦେଇଛ । ହେ ସ୍ୱୟଂ ତୁମେ ଶାଶ୍ୱତ ଜୀବନର ପରମ ଉ ! ତୁମଠାରୁ ବିଚ୍ଛେଦହେବା ମୋତେ ର୍ପୂମାତ୍ରାରେ ନିଃଶେଷ କରି ଦେଇଛି ଏବଂ ତୁମ ଉପସ୍ଥିତିଠାରୁ ମୋର ନିଭୃତତା ମୋର ଆତ୍ମାକୁ ଦଗ୍ଧିଭୂତ କରିଦେଇଛି । ତୁମର ଆହ୍ୱାନକୁ ଶ୍ରବଣ କରିବା ପାଇଁ ତୁମେ ମୋତେ ସମର୍ଥ କରିଥିବାରୁ, ତୁମ ପଦପାତରେ ମୋତେ ସ୧ାନିତ କରିଥିବାରୁ ଏବଂ ତୁମ ମହାନ୍ ଦିବସର ଜୀବନ ଦାୟିନୀ ସୁରଭି ମାଧ୍ୟମରେ ମୋର ଆତ୍ମାକୁ ପୁନର୍ଜୀବିତ କରିଥିବାରୁ ତଥା ତୁମ ଦିବ୍ୟ ଲେଖନୀର ପ୍ରକମ୍ପନ ସ୍ୱର ଦ୍ୱାରା ତୁମର ଜନଗଣଙ୍କ ମଧ୍ୟରେ ତୁମ ତୁରୀ ଶବ୍ଦର ଆହ୍ୱାନ ରୂପେ ନିର୍ଦ୍ଧାରଣ କରିଥିବା ହେତୁ ତୁମର ସକଳ ଗୁଣଗାନ ହେଉ । 

ଯେତେବେଳେ ସମୟ ଆଗତ ହେଲା, ଯେଉଁ ସମୟରେ କି ତୁମର ପ୍ରତିରୋଧହୀନ ଧର୍ମ ପ୍ରକାଶିତ ହେବାକୁ ଥିଲା, ସେତେବେଳେ  ତୁମ ଦିବ୍ୟ ଲେଖନୀ ମଧ୍ୟରେ ତୁମ ଆତ୍ମ-ସାର ଏକ ପ୍ରଶ୍ୱାସ- ବାୟୁ ତୁମେ ନିଶ୍ୱାସ ମାରିଲ । ଦେଖ, ସ୍ୱୟଂ ଯିଏ ହେଉଛନ୍ତି ସକଳ     ସୃଷ୍ଟ ପଦାର୍ଥର ଦିବ୍ୟ ଅଧିକାରୀ, ସ୍ୱୟଂ ତାଙ୍କ କୋଷାଗାରଗୁଡ଼ିକ ମଧ୍ୟରେ ଲୁକ୍କାୟିତ ହୋଇଥିବା ସେହି ରହସ୍ୟଗୁଡ଼ିକୁ ମାନବଜାତି ପ୍ରତି ଉନ୍ମୋଚନ କରି ସମଗ୍ର ସୃଷ୍ଟି ଏହାର ମୁଖ୍ୟ ମୂଳଦୁଆକୁ ଦୋହଲାଇ ଦେଲା । 

ତାହାର କଣ୍ଠସ୍ୱର ସେହି ପରମ ମହାନ୍ ସ୍ଥଳରେ ପହôବାର ଅବ୍ୟହିତ ପୂର୍ବରୁ ତତ୍କ୍ଷଣାତ୍ ଆମେ ଉର ପ୍ରଦାନ କଲୁ : ତୁମେ ପ୍ରଭୁଙ୍କ ପ୍ରତି ଧନ୍ୟବାଦ ଅର୍ପଣ କର, ହେ କାର୍ମେଲ୍ ! ମୋଠାରୁ ତୁମ ବିଚ୍ଛେଦର ଅନଳ ତୁମକୁ ସତ୍ୱର ନିଃଶେଷ କରି ଦେଉଥିଲା । ମାତ୍ର ଯେତେବେଳେ ମୋ ଉପସ୍ଥିତିର ମହାସାଗର ତୁମ ମୁଖ ସ୧ୁଖରେ ତରଙ୍ଗାୟିତ ହେଲା, ତୁମର ନେତ୍ରଯୁଗଳକୁ ତଥା ସେହି ସକଳ ସୃଷ୍ଟିର ଚକ୍ଷକୁ ଉଲ୍ଲସିତ କରୁଥିଲା ଏବଂ ଦୃଶ୍ୟ ତଥା ଅଦୃଶ୍ୟ ସକଳ ପଦାର୍ଥକୁ ଆନନ୍ଦରେ ପରିର୍ପୂ କରି ଦେଉଥିଲା । ଆନନ୍ଦିତ ହୁଅ, କାରଣ ଏହି ଯୁଗର ଈଶ୍ୱର ତାଙ୍କର ସିଂହାସନକୁ ତୁମ ଉପରେ ସ୍ଥାପନ କରିଛନ୍ତି, ତୁମକୁ ତାଙ୍କ ସଙ୍କେତାବଳୀର ଉତ୍ପି-ସ୍ଥଳ ରୂପେ ଏବଂ ତାଙ୍କ ଧର୍ମ ପ୍ରକାଶର ସାକ୍ଷ୍ୟ ପ୍ରମାଣାବଳୀର ଉନ୍ମେଷସ୍ଥଳ ଭାବେ ତିଆରି କରିଛନ୍ତି । ତାହାଙ୍କର ମଙ୍ଗଳବିଧାନ ହେଉ, ଯିଏ ତୁମ     ଚତୁଃପାଶ୍ୱର୍ରେ ପରିକ୍ରମଣ କରିଥାନ୍ତି, ମହିମାର ପରିପ୍ରକାଶକୁ ଘୋଷଣା କରିଥାନ୍ତି ଏବଂ ସ୍ୱୟଂ ପରମପ୍ରଭୁଙ୍କ କରୁଣା ସବୁ ତୁମ ଉପରେ ବର୍ଷଣ କରିଥାନ୍ତି, ସେହି ସବୁଗୁଡ଼ିକୁ ସୁବିସ୍ତୃତ ର୍ବନା କରିଥାନ୍ତି, ସର୍ବ-ମହିମାମୟ ତୁମ ପ୍ରଭୁଙ୍କ ନାମରେ ଦିବ୍ୟ ଅମରତ୍ୱର ପିଆଲାକୁ ତୁମେ ଧରିରଖ ଏବଂ ସ୍ୱୟଂ ତାଙ୍କ ପ୍ରତି କୃତଜ୍ଞତା ଅର୍ପଣ କର । କାରଣ ତୁମ ଉପରେ ତାଙ୍କ କରୁଣାର ପ୍ରତୀକ ସ୍ୱରୂପ ତୁମର ଦୁଃଖକୁ ଆନନ୍ଦରେ ପରିଣତ କରି ଦେଇଛନ୍ତି, ତଥା ତୁମର ଶୋକସନ୍ତାପକୁ ସ୍ୱର୍ଗୀୟ ସୁଖର ଆନନ୍ଦରେ ପରିଣତ କରିଦେଇଛନ୍ତି । ବାସ୍ତବିକ, ସେ ସେହି ସ୍ଥାନଟିକୁ ଭଲ ପାଆନ୍ତି, ଯେଉଁଠାରେ ତାଙ୍କ ସିଂହାସନର ଆସ୍ଥାନ ତିଆରି ହୋଇଛି । ଯେଉଁଠାରେ ତାଙ୍କ ପଦଯୁଗଳ ଯାତ୍ରା କରିଛି । ଯେଉଁଠି କି ତାଙ୍କ ଉପସ୍ଥିତି ଦ୍ୱାରା ସ୧ାନିତ ହୋଇଛି- ଯେଉଁଠାରୁ ତାଙ୍କର ଆହ୍ୱାନ ସେ ଉଚ୍ଚାରଣ କରିଛନ୍ତି ଏବଂ ଯାହା ଉପରେ ସେ ତାଙ୍କର ଅଶ୍୍ରୁମୋଚନ କରିଛନ୍ତି । 

ହେ କାର୍ମେଲ୍, ଜିଅନ୍ (ପର୍ବତ)କୁ ଆହ୍ୱାନ କର ଏବଂ ଆନନ୍ଦ-ର୍ପୂ ସନେ୍ଦଶ ଘୋଷଣା କର : ସ୍ୱୟଂ ସେ, ଯିଏକି ନଶ୍ୱର ଚକ୍ଷୁଅନ୍ତରାଳରେ ନିଗୂଢ଼ ହୋଇ ରହିଥିଲେ, ସେ ଆଗମନ କରିଛନ୍ତି ।     ତାଙ୍କର ସର୍ବଜୟୀ ସାର୍ବଭୌମତ୍ୱ ପ୍ରଦର୍ଶିତ ହୋଇଛି । ତାଙ୍କର ସକଳ ପରିବେଷ୍ଟିତ ଦୀପ୍ତି ପ୍ରକାଶିତ ହୋଇଛି । ସାବଧାନ୍ ରୁହ, କାଳେ ତୁମେ ଦ୍ୱିଧାବୋଧ କରିବ କିମ୍ବା ଅଟକି ରହିଯିବ । 

ତ୍ୱରାନ୍ୱିତ ହୁଅ ଏବଂ ସ୍ୱର୍ଗୀୟ କାବା (ଧର୍ମପୀଠ) ଯାହାର ଚତୁଃପାଶ୍ୱର୍ରେ ପବିତ୍ର ହୃଦୟରେ, ପରମାତ୍ମାଙ୍କ ପ୍ରିୟଜନଗଣ ତଥା ପରମ ମହୀୟାନ୍ ଦେବଦୂତଗଣଙ୍କ ସହଚରଗଣ ଆରାଧନା ପୂର୍ବକ ପରିକ୍ରମଣ କରିଛନ୍ତି । ଯାହା ସ୍ୱର୍ଗରୁ ଅବତରଣ ହୋଇଅଛି, ସେହି ପରମାତ୍ମାଙ୍କ ଦିବ୍ୟ ନଗରୀ ଚତୁଃପାଶ୍ୱର୍ରେ ପ୍ରଦକ୍ଷଣ କର । ଓଃ, ଏହି ଧର୍ମ ପ୍ରକାଶର ସୁ-ସମ୍ବାଦକୁ ପୃଥିବୀ ପୃଷ୍ଠରେ ପ୍ରତ୍ୟେକ ସ୍ଥାନରେ ଘୋଷଣା କରିବା ପାଇଁ ଏବଂ ଏହାର ପ୍ରତ୍ୟେକ ନଗରୀକୁ ବୋହିନେବା ନିମି ମୁଁ କେତେ ଅଭିଳାଷ କରେ । ଯେଉଁ ଧର୍ମ- ପ୍ରକାଶ ପ୍ରତି ସିନାଇ (ପର୍ବତ)ର ହୃଦୟ ଆକର୍ଷିତ ହୋଇଛି ଏବଂ ଯାହାର ନାମରେ ଜ୍ୟୋତିସ୍ମାନ୍ ଗୁଳ୍ମ ଆହ୍ୱାନ କରି କହୁଛି; ର୍ମ୍ୟ ଏବଂ ସ୍ୱର୍ଗର ସାମ୍ରାଜ୍ୟସମୂହ ହିଁ ପ୍ରଭୁମାନଙ୍କର ପ୍ରଭୁ, ସ୍ୱୟଂ ଭଗବାନ୍ଙ୍କର ଅଧିକାରଭୁକ୍ତ । ବାସ୍ତବିକ, ଏହି ହେଉଛି ସେହି ମହାନ୍ ଦିବସ ଯେଉଁ ଦିବସରେ କି ଉଭୟ ଭୂମି ଓ ସାଗର ଏକ ଉଦ୍ଘୋଷଣାରେ ଉଲ୍ଲସିତ     ହୁଅନ୍ତି । ଯେଉଁ ଯୁଗ ନିମେନ୍ତ ସେହି ସମସ୍ତ ପଦାର୍ଥ ଧାର୍ଯ୍ୟ ହୋଇଛି । ଯାହାକି ସ୍ୱୟଂ ଭଗବାନ୍ ହିଁ ନଶ୍ୱର ମନ ଅଥବା ହୃଦୟର ଜାଣିବା ସୀମା ବାହାରେ ଏକ କରୁଣା ମାଧ୍ୟମରେ ଧର୍ମ-ପ୍ରକାଶ ପାଇଁ ନିର୍ଦ୍ଧାରଣ କରିଛନ୍ତି । ଅବିଳମ୍ବେ ଈଶ୍ୱର ତାଙ୍କ ଦିବ୍ୟ ନୌକାକୁ ତୁମ ଉପରେ ବାହି ନେବେ ଏବଂ ବାହଙ୍କ ଜନଗଣଙ୍କୁ ପ୍ରକାଶ କରିବେ, ଯେଉଁମାନେ କି ନାମାବଳୀର ଦିବ୍ୟ ଗ୍ରନ୍ଥରେ ର୍ବିତ ହୋଇଛନ୍ତି । 
ସକଳ ମାନବଜାତିର ପ୍ରଭୁଙ୍କ ପ୍ରତି ବିଶୁଦ୍ଧତା ମନ ହେଉ, ସ୍ୱୟଂ ଯାହାଙ୍କ ନାମର ର୍ବନାରେ ପୃଥିବୀର ସକଳ ଅଣୁ ପରମାଣୁକୁ ସ୍ପନ୍ଦନରେ ଭରି ଦିଆଯାଇଛି । ଯାହା ସ୍ୱୟଂ ତାଙ୍କ ଜ୍ଞାନ ମଧ୍ୟରେ ଆବୃ ରଖାଯାଇଥିଲା ଏବଂ ତାଙ୍କ ଶକ୍ତିର କୋଷାଗାର ମଧ୍ୟରେ ଗୋପନୀୟ ଭବେ ରଖାଯାଇଥିଲା । ତାହା ମହିମାମୟଙ୍କ ଜିହ୍ୱା ଉନ୍ମୁକ୍ତ କରିବା ପାଇଁ ତତ୍ପର ହୋଇଛନ୍ତି । ବାସ୍ତବିକ, ସ୍ୱୟଂ ସେ, ସର୍ବ ଶକ୍ତିଶାଳୀ, ସର୍ବ-କ୍ଷମତାବାନ୍, ପରମୋଚ୍ଚ, ସ୍ୱୟଂ ତାଙ୍କ ନାମର ଶକ୍ତି ମାଧ୍ୟମରେ ସ୍ୱର୍ଗ ଓ ର୍ମ୍ୟରେ ଥିବା ସମସ୍ତଙ୍କର ଦିବ୍ୟ ଶାସକ ଅଟନ୍ତି ।

-Bahá'u'lláh
-----------------------

